You are currently viewing ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ଗୋଟିଏ ଦିନରେ ୧୦ ପଜିଟିଭ୍ ଚିହ୍ନଟ

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ଗୋଟିଏ ଦିନରେ ୧୦ ପଜିଟିଭ୍ ଚିହ୍ନଟ

ଏଏନଏସ୍: ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗୋଟିଏ ଦିନରେ ଜିଲ୍ଲାରେ ଆଉ ୧୦ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମଧ୍ୟରୁ ରାଉରକେଲାରୁ ୨୦ ଟି ମାମଲା ରହିଛି। ସେହିପରି ସୁନ୍ଦରଗଡରୁ ୧୪ ସଂକ୍ରମିତ ରହିଛନ୍ତି । ତେବେ ଗତ ୧୦ ଦିନ ପୂର୍ବେ ସ୍କ୍ରବ ଟାଇଫସରେ ସୁନ୍ଦରଗଡର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେ କହିଛନ୍ତି, ହସ୍ପିଟାଲରେ ପର୍ୟ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।