You are currently viewing ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ

୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା,୦୬/୦୯: ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ । କେନ୍ଦ୍ରାପଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଘଟିଛି ଏହି ଘଟଣା । ରାସ୍ତା ମଝିରେ ଆମ୍ବୁଲାନ୍ସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ଗାଡିରେ ଥିବା ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ତଳକୁ ଡେଇଁ ପଡିଥିଲେ । ବ୍ୟଟେରୀ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।