You are currently viewing ବସଷ୍ଟାଣ୍ଡରୁ ୧୧ କେ.ଜି. ଗଞ୍ଜେଇ ଜବତ

ବସଷ୍ଟାଣ୍ଡରୁ ୧୧ କେ.ଜି. ଗଞ୍ଜେଇ ଜବତ

ସୋର(ଏଏନଏସ)୧୧/୧୨ :ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାଡ଼ିଲେ ୨ ଅଭିଯୁକ୍ତ। ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ସୋର ମାର୍କୋଣା ବସଷ୍ଟାଣ୍ଡରୁ ୧୧ କେ.ଜି. ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ସହ ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ତେବେ ଜବତ ହୋଇଥିବା ଗଞ୍ଜେଇ ଭଦ୍ରକରୁ କୋଲକାତାକୁ ଚାଲାଣ ହେଉଥିବା ଜଣାପଡିଛି । ଅନ୍ୟପଟେ ଚୋରା ଚାଲାଣରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।