You are currently viewing ପୁଣି ୧୨ ହଜାର ପାର କଲା ଦୈନିକ ସଂକ୍ରମଣ

ପୁଣି ୧୨ ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର -୨୧.୦୫.୨୦୨୧, ରାଜ୍ୟରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୧୨ ହଜାର ୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫,୫୧୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୬,୬୮,୪୨୨ , ସୁସ୍ଥ ସଂଖ୍ୟା ୫,୫୬,୫୦୧, ସମୁଦାୟ ସକ୍ରିୟ ସଂଖ୍ୟା ୧,୦୯,୪୩୮, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୯୮୭୦ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଆକ୍ରାନ୍ତ ଚିହ୍ନଟ

ଅନ୍ୟମାନଙ୍କୁ ଜଣାନ୍ତୁ।