You are currently viewing ୧୫୨ ଜଣ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ, ଓଡିଶାରୁ ୪ ଜଣ

୧୫୨ ଜଣ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ, ଓଡିଶାରୁ ୪ ଜଣ

ଭୁବନେଶ୍ବର-୧୨.୦୮.୨୦୨୧, ତଦନ୍ତରେ ସଫଳତା ପାଇଁ ୧୫୨ଜଣ ପୋଲିସ କର୍ମଚାରୀ ପାଇବେ ପଦକ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଏଥିମଧ୍ୟରେ ଓଡ଼ିଶାରୁ ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି । ସେମାନେ ହେଲେ -ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ, ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଏସଆଇ ଶ୍ରୀକାନ୍ତ ସାହୁ । ଏହାବ୍ୟତୀତ ୧୫୨ ଜଣଙ୍କ ମଧ୍ୟରେ ୨୮ ଜଣ ମହିଳା ପୋଲିସ ରହିଛନ୍ତି ।
ଅପରାଧର ଅନୁସନ୍ଧାନର ଉଚ୍ଚ ବୃତ୍ତିଗତ ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୧୮ରେ ପ୍ରଥମ କରି ଏହି ପଦକ ଦିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।