You are currently viewing ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ 

ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ 

କନ୍ଧମାଳ(ଏଏନଏସ) ୩୧.୧୨.୨୦୨୧, ବାଲିଗୁଡା କୋଟଗଡ ବନ ବିଭାଗ ଦ୍ୱାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଘଟଣାରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ବଜ୍ରକାପ୍ତା ଚୋରାଚାଲାଣ ନେଇ ଖବର ପାଇବା ପରେ ବନ ବିଭାଗର ଏକ ଟିମ ଏହି ଚାଲାଣକାରୀଙ୍କୁ  ମାଡି ବସିଥିଲା । କୋଟଗଡ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଗ୍ରାହକ ସାଜି ସେମାନଙ୍କୁ ଧରିଥିଲା । ଗିରଫ ଦୁଇ ବେପାରୀ ହେଲେ ଶ୍ରୀରାମପୁର ମାଟିଗଡା ଅଞ୍ଚଳର ତ୍ରିପଟ କପାଟ ପାତ୍ର ଓ ମିଥୁନ ପଦ୍ମାସେଟ୍‌ । ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୩ଫୁଟର ଉର୍ଦ୍ଧ୍ୱ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।