You are currently viewing ତୃତୀୟ ଲହର ଭୟ, ଭୀମସାରରେ ୨ ଶିଶୁ କରୋନା ପଜିଟିଭ

ତୃତୀୟ ଲହର ଭୟ, ଭୀମସାରରେ ୨ ଶିଶୁ କରୋନା ପଜିଟିଭ

ସମ୍ବଲପୁର-୧୪.୦୮.୨୦୨୧, କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ କମୁଥିବାବେଳେ ତୃତୀୟ ଲହର ନେଇ ଭୟ ବଢିଛି । ବିଶେଷଜ୍ଞଙ୍କ ମତ ଅନୁସାରେ ତୃତୀୟ ଲହରରେ ଶିଶୁମାନେ ବେଶି ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଥିବାବେଳେ ବୁର୍ଲା ଭୀମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ୮ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ହୋଇଥିବା ଜଣାପଡିଛି । ଏନେଇ ଭିମାସାର ଅଧୀକ୍ଷକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଉଭୟ ଉଭୟ ଶିଶୁ ଅସୁସ୍ଥତା ଯୋଗୁ ଚିକିତ୍ସା ପାଇଁ ଭୀମସାର୍‌ରେ ଭର୍ତ୍ତି ହୋଇଥିଲେ । ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବର୍ତ୍ତମାନ ଭିମସାରର ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ୍ ୱାର୍ଡରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।