You are currently viewing ଯୁକ୍ତ ୨ କର୍ଟ ଅଫ୍ ମାର୍କ ପ୍ରକାଶ : କଳା,ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଯୁକ୍ତ ୨ କର୍ଟ ଅଫ୍ ମାର୍କ ପ୍ରକାଶ : କଳା,ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

  • Post category:ଓଡିଶା
  • Reading time:1 mins read

ଏଏନଏସ : ପ୍ରକାଶ ପାଇଛି ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ତାଲିକା । ପ୍ରଥମ ପର୍ଯ୍ୟାରେ ଯେଉଁ ଛାତ୍ରଛାତ୍ରୀମାନେ ମନୋନୀତ ହୋଇଛନ୍ତି, ସେମାନେ ୨୨ତାରିଖରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇପାରିବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଶୀର୍ଷରେ ରହିଛି । କଳାରେ ୭୫.୧୭%, ବିଜ୍ଞାନରେ ୯୧.୫୦%, ବାଣିଜ୍ୟରେ ୭୭% କଟ୍ ଅଫ୍ ମାର୍କ ରହିଛି ।

ମୋଟ୍ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ । ସେଥିରୁ ପ୍ରଥମ ପର୍ଯ୍ୟାରେ ୪ ଲକ୍ଷ ୨୬ ହଜାର ୪୭୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ବାକି ୪୯ ହଜାର ୬୨୧ ଜଣ ଛାତ୍ରଛାତ୍ରୀ ବାଦ ପଡିଛନ୍ତି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ମଧ୍ୟ ଅଛି । ସେହିତାଲିକରେ ଅନ୍ୟ ଛାତ୍ରଛାତ୍ରୀ ମନୋନୀତ ହେବେ । ଏଥିସହ ଅଗଷ୍ଟ ୧ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା । ଏ ନେଇ DHSE ନିର୍ଦ୍ଦେଶକ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।