You are currently viewing ପର୍ଯ୍ୟଟକଙ୍କ କାର ଧକ୍କାରେ ବୃଦ୍ଧ ଦମ୍ପତ୍ତି ମୃତ

ପର୍ଯ୍ୟଟକଙ୍କ କାର ଧକ୍କାରେ ବୃଦ୍ଧ ଦମ୍ପତ୍ତି ମୃତ

  • Post category:ଓଡିଶା
  • Reading time:1 mins read

କନ୍ଧମାଳ (ବ୍ୟୁରୋ) ୦୫/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଞ୍ଚାୟତ ଏମୋପକ୍ଷୀ ବ୍ରିଜ ଠାରେ ପର୍ଯ୍ୟଟକଙ୍କ କାର ସହିତ ଲୁନା ବାଇକି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଲୁନା ଆରୋହୀ(ଉଭୟ ସ୍ୱାମୀ ସ୍ତ୍ରୀ)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର କାମଦେବ ଦିଗାଲ ସ୍ତ୍ରୀ ବିବିକା ଦିଗାଲ । ମୃତ ବୃଦ୍ଧା ସ୍ୱାମୀ ସ୍ତ୍ରୀ ଦୁହେଁ କୌଣସି କାମ ନେଇ ବାଲିଗୁଡାର ମହାସିଂ ଯାଇ ଫେରିବା ବାଟରେ ଗତ ରାତ୍ରି ପ୍ରାୟ ୧୦ଟା ସମୟରେ ଦୁର୍ଘଟଣା ଘଟିଥିଲା । ସ୍ତାନୀୟ ବାସିନ୍ଦାଙ୍କ ସହଯୋଗ ରେ ଖବର ପାଇ ଅଗ୍ନିସମ ଗାଡ଼ି ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ସ୍ୱାମୀ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈସିକ ମାଝୀ ଘଟଣା ସ୍ଥଳ ରେ ପହଞ୍ଚି କାର କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।