You are currently viewing ଏଣିକି ୨ଲକ୍ଷ ବଦଳରେ ମିଳିବ ୭ ଲକ୍ଷ

ଏଣିକି ୨ଲକ୍ଷ ବଦଳରେ ମିଳିବ ୭ ଲକ୍ଷ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୨/୦୮, ରାସ୍ତାରେ ହେଉଥିବା ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । କେଉଁଠି ଧକ୍କା କରିଥିବା ଗାଡିର ପତ୍ତା ମିଳୁଥିବା ବେଳେ ଅନେକ ଯାଗାରେ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଉଛନ୍ତି ନୀରିହ ଜନସାଧାରଣ । ମିଳିଥିବା ତଥ୍ୟ ମୁତାବକ ଏବେ ଅଜଣା ଗାଡି ଧକ୍କାରେ କେହି ପ୍ରାଣ ହରାଇଲେ ତାଙ୍କ ପରିବାର କିମ୍ବା ତାଙ୍କର ନିକଟ ସଂପର୍କୀୟଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ସେହିପରି ଆହାତମାନଙ୍କୁ ୧.୫୦ଲକ୍ଷ ଟଙ୍କାର ସହାୟତ ମିଳିବ ବୋଲି ଜଣାପଡିଛି । ସୋଲାସିୟମ ଫଣ୍ଡର ସହାୟତା ରାଶି ବୃଦ୍ଧିପରେ ଏହି ନିଷ୍ପତ୍ତି ନିଆଯାଇଛି ପୂର୍ବରୁ ସୋଲାସିୟମ ଫଣ୍ଡ ପାଇଁ କେବଳ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଉଥିଲେ । ପରେ ପୀଡିତ ପରିବାରଙ୍କକୁ ୨ ଲକ୍ଷ ଟଙ୍କା ସମହାୟତା ଦିଆଯାଉଥିଲା । ତେବେ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିବା ପରେ ଏହି ଅର୍ଥ ୭ ଲକ୍ଷକୁ ବୃଦ୍ଧି ପାଇଛି ସୂଚନା ଯୋଗ୍ୟ ରାଜ୍ୟ ସରକାର ୨୦୧୮ ମସିହାରେ ସୋଲାସିୟମ ଫଣ୍ଡ ଗଠନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।