You are currently viewing ରାଜ୍ୟକୁ ଆସିଲା ଆଉ ୨ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା

ରାଜ୍ୟକୁ ଆସିଲା ଆଉ ୨ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୬.୦୬.୨୦୨୧, ଓଡିଶାକୁ ଆସିଲା ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଟିକା ଓଡିଶାକୁ ଆସିଛି । ଟିକା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡ଼ିକୁ ଷ୍ଟୋରେଜ୍‌ ରୁମ୍‌କୁ ନିଆଯାଇଛି ।
ତେବେ ଟିକା ଅଭାବ ଯୋଗୁ କିଛି କିଛି ଜିଲ୍ଲାରେ ଟିକାକରଣ ଉପରେ ପ୍ରଭାବ ପଡୁଥିଲା । ତେବେ ଏହି ଟିକା ଆସିବା ପରେ ଏବେ ରାଜ୍ୟରେ ଟିକାକରଣରେ ବ୍ୟାଘାତ ହେବ ନାହିଁ ବୋଲି ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।