You are currently viewing ପୂର୍ବାହ୍ନ ୧୧ଟାରେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ପୂର୍ବାହ୍ନ ୧୧ଟାରେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୧/୦୫, ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । CHSE ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଜ୍ଞାନରେ ୯୩ ହଜାର ୮୯୫ ଜଣ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୪ ହଜାର ୩୩୧ ଜଣ ପରୀକ୍ଷା ଦେଇଥିଲେ । www.odisharesults.nic.in ରେ ଛାତ୍ରଛାତ୍ରୀ ପାଇପାରିବେ ରେଜଲ୍ଟ । SAMS ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷାଫଳ । ଜୁନ ୮ ସୁଦ୍ଧା ପ୍ରକାଶ ପାଇବ କଳା ବିଭାଗର ପରୀକ୍ଷା ଫଳ । CHSE ଅଧକ୍ଷ ଅଶ୍ୱିନ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ରୁ ଏପ୍ରିଲ ୫ ଯାଏ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ମୋଟ ୧ ହଜାର ୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏପ୍ରିଲ ୧୦ ତାରିଖରେ ଖାତାଦେଖା ଆରମ୍ଭ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।