You are currently viewing ୨୦୨୪ ନିର୍ବାଚନ; ନବୀନଙ୍କ ବିପକ୍ଷରେ କିଏ ?

୨୦୨୪ ନିର୍ବାଚନ; ନବୀନଙ୍କ ବିପକ୍ଷରେ କିଏ ?

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୮/୦୯, ୨୦୨୪ ମସିହାରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ତବବା ବେଳେ ପ୍ରାୟ ସମସ୍ତ ରାଜନୈତିକ ଦଳ ସେମାନଙ୍କର ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଜାତୀୟ ଦଳ ଗୁଡିକ ନିଜର ସାଂଗଠନିକ ଦକ୍ଷତା ସୁଦୃଢ କରିବା ପାଇଁ ସଂଘଠନର ପଦପଦବୀରେ ପରିବର୍ତ୍ତନ କରିବା ସହ ସେମାନଙ୍କର ରାଜ୍ୟ ଶାଖା ଗୁଡିକରେ ନିଜ ଦଳର ସଂଗଠନ ଗୁଡିକ କିଭଳି ଭାବେ ସକ୍ରିୟ ହୋଇପାରିବ ସେଥିପାଇଁ ପର୍ଯ୍ୟବେକ୍ଷକ ମନଙ୍କୁ ନିଯୁକ୍ତି କରିଛନ୍ତି । କିନ୍ତୁ ଓଡିଶାର ରାଜନୈତିକ ସ୍ଥିତି ସମ୍ପୁର୍ଣ୍ଣ ଭିନ୍ନ । ଏଠାରେ ଦୀର୍ଘ ୨୫ ବର୍ଷ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ସଂଗଠନ ମଜବୁତ ହେଉଥିବା ବେଳେ ଏହାର ଏକକ ନେତତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ଆସ୍ଥା ଏଯାବତ ଅତୁଟ ରହିଚି ।

ବିଭିନ୍ନ ଲୋକଭିମୁଖୀ ଯୋଜନା ମାଧ୍ୟମରେ ବିଜୁ ଜନତା ଦଳ ଓ ଏହାର ମୁଖ୍ୟ ନବୀନ ପଟ୍ଟନାୟକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସକ୍ଷମ ହୋଇପାରିଛନ୍ତି । ମାତ୍ର ରାଜ୍ୟରେ ଥିବା ୨ଟିଯାକ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କର ଅଭ୍ୟନ୍ତରୀଣ କନେ୍ଦାଳ ତୁଟାଇବା ପାଇଁ ଜତପରନାସ୍ତି ଚେଷ୍ଟା ଚଳାଇଛନ୍ତି । କଂଗ୍ରେସ ଦଳର ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଥିବା ବେଳେ ବିଜେପି ପାଇଁ କ୍ଷମତା କନ୍ଦଳ ମୁଖ୍ୟ ବାଧକ ସାଜିଛି ।

ନିକଟ ଅତୀତରେ ରାଜ୍ୟ କଂଗ୍ରେସ ନୂତନ ପିସିସି ସଭାପତି ପାଇଥିଲେ ହେଁ ଏହା ଦଳା କର୍ମୀ ମାନଙ୍କ ପାଖରେ ଗ୍ରହଣୀୟ ହୋଇପାରୁନାହିଁ । ଦଳର ଅନେକ ପୁରୁଖା ନେତା ଦଳ ଛାଡିବା ପାଇଁ ଗୋଡ ଟେକି ବସିଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା ଲାଗି ରହିଛି । ବିଜେପି କେନ୍ଦ୍ର ନେତୃତ୍ୱର ଆସ୍ତାଭାଜନ ହୋଇପାରିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଶୟୀ ଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏହି ପଦ ଉପରେ ନଜର ରଖିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ୨ଟି ସମାନ୍ତରାଳ ସଂଗଠନ ଚାଲିଛି । ଯେଉଁଥିପାଇଁ ରାଜ୍ୟ ଜନସାଧାରଣ ବିଜେପି ନେତୃତ୍ୱ ଉପରେ ଭରସା କରିପାରୁ ନାହାନ୍ତି । ଅନ୍ୟପଟେ ରାଜ୍ୟ ବିଜେପି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଦବଦବା ଥିଲେ ମଧ୍ୟ ଏଯାବତ୍ ରାଜ୍ୟବାସୀଙ୍କ ବିଶ୍ୱାସ ଜିତିବାରେ ଧର୍ମେନ୍ଦ୍ର ସକ୍ଷମ ହୋଇପାରିନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଜାତୀୟ ଗଣ ମାଧ୍ୟମର ଦୃଶ୍ୟପଟ୍ଟନୁଯାୟୀ ୨୦୨୪ ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବିଜୁ ଜନତା ଦଳ କେବେଠାରୁ ଦଳର ସାଂଗଠନିକ ସ୍ତିତିକୁ ସୁଦୃଢ କରିବା ସହ ଜନସାଧାରଣଙ୍କ ଆଶଭାଜନ ହବା ପାଇଁ ବିଭିନ୍ନପ୍ରକାର ରଣ କୌଶଳ ଆପଣେଇବାରେ ଲାଗିଛନ୍ତି ।
ରାଜ୍ୟରେ ସକ୍ରିୟ ଥିବା ଦୁଇଟି ଜାତୀୟ ଦଳ ଙ୍କ ତୁଳନାରେ ଆଞ୍ଚଳିକ ବିଜୁଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଆସ୍ତା ଓ ବିଶ୍ୱାସ ଭାଜନ ହେବାରେ ଏବେବି ଆଗରେ ଅଛନ୍ତି । ରାଜନୈତିକ ସମୀକ୍ଷକ ମାନଙ୍କ ଚର୍ଚ୍ଚାନୁଯାୟୀ ଯଦି ଏଭଳି ପରିସ୍ତତି ଲାଗିରହେ ଓ କେନ୍ଦ୍ର ସରକାର ବିଜୁ ଜନତା ଦଳର ଶାସନ ଉପରେ କୌଣସି କୂନଜର ନପକାନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ ନଯିବ ତାହା କିଏ କହିବ ?

ଅନ୍ୟମାନଙ୍କୁ ଜଣାନ୍ତୁ।