baliguda

ପଶ୍ଚିମବଙ୍ଗରୁ ଦାରିଙ୍ଗିବାଡି ଆସିବା ବେଳେ ଓଲଟିଲା ବସ୍:  ୨୫ ଆହତ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ବ୍ରାହ୍ମଣୀଗାଁ ଥାନା ମହାଗୁଡି ନିକଟ ବୁଲାଣି ରାସ୍ତାରେ ଦୁର୍ଘଟଣା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ବୁଲାଣି ରାସ୍ତାରେ ଏକ ଘରୋଇ ବସ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ପର୍ଯ୍ୟଟକମାନେ ପଶ୍ଚିମବଙ୍ଗରୁ ଦାରିଙ୍ଗିବାଡି ବୁଲିବାକୁ ଆସିଥିଲେ । ଦାରିଙ୍ଗିବାଡିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଏହି ବଡ ଦୁର୍ଘଟଣାଟି ଘଟିଯାଇଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।