You are currently viewing ବିଜେପି ବିଧାୟକ ନିଲମ୍ବିତ

ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର, ବିଧାନସଭା ଭିତରେ ଆଜି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କର ପୋଡିୟମ ଉପରକୁ ଚପଲ ଫିଙ୍ଗିଥିଲେ ବିଜେପିର ୩ ଜଣ ବରିଷ୍ଠ ବିଧାୟକ । ସିସିଟିଭି ଫୁଟେଜକୁ ଦେଖିସାରିବା ପରେ ବିଜେପିର ତିନିଜଣ ବରିଷ୍ଠ ବିଧାୟକ ମୋହନ ମାଝୀ, ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି ବାଚସ୍ପତି । ଏଠାରେ ସୂଚନାଯୋଗ୍ୟ ଯେ, ମଧ୍ୟାହ୍ନରେ ସଂଶୋଧିତ ଲୋକାୟୁକ୍ତ ବିଲ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟରଫୋନ, ଡଷ୍ଟବିନ ସହ ଚପଲ ମଧ୍ୟ ଫିଙ୍ଗିବାକୁ ପଛାଇନଥିଲେ । ତେବେ ବିଜେପି ବିଧାୟକଙ୍କୁ ନିଲମ୍ବନ ପରେ ଏହାର ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।