You are currently viewing ମୋଦି ଙ୍କ କ୍ୟାବିନେଟରେ ୩ ଓଡ଼ିଆ

ମୋଦି ଙ୍କ କ୍ୟାବିନେଟରେ ୩ ଓଡ଼ିଆ

ଏଏନଏସ : ମୋଦୀ ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶାରୁ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ, ପରେ ଜୁଏଲ ଓରାମ ଏବଂ ଶେଷରେ ଅଶ୍ୱିନୀ ବୈଷ୍ନବ ଶପଥ ଗ୍ରହଣ କରିଛନ୍ତି। ତିନି ଜଣ ଯାକ ଅନୁଭବୀ ଓ ଅଭିଜ୍ଞ ସାଂସଦଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭାରୁ ନିର୍ବାଚିତ ହୋଇ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେହିପରି ଜୁଏଲ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।
ଓଡିଶାରୁ ଏଥର ବିଜେପିର ୨୦ଜଣ ସଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ।

ଅନ୍ୟମାନଙ୍କୁ ଜଣାନ୍ତୁ।