You are currently viewing ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନାଗିରି(୨୬.୧.୨୩) : ଭୁଶୁଡୁଛି ଲାଲ ଗଡ । ସଂଗଠନର ହାତ ଛାଡୁଛନ୍ତି ମାଓବାଦୀ । ମାଲକାନା ଗିରିରେ ଆତ୍ମ ସମର୍ପଣ କଲେ ପୁଣି ୩ ଜଣ ମାଓବାଦୀ । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ବେଳେ ଏଡିଜି ଅମିତାଭ ଠାକୁର, ଡିଆଇଜି ଏସଆଇଡବ୍ଲୁ ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ । ତୁଳସୀ ପାହାଡ ଅଞ୍ଚଳରେ ଏମାନେ ସକ୍ରିୟ ଥିଲେ । ଏହା ସହ ମାଓ କ୍ୟାମ୍ପ ଠାବ କରିଛନ୍ତି ଡିଭିଏଫ ଓ ଏସଓଜି ଯବାନ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀଜବତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।