You are currently viewing ବସ ଓଲଟି ୩୦ ଯାତ୍ରୀ ଆହାତ

ବସ ଓଲଟି ୩୦ ଯାତ୍ରୀ ଆହାତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୧୩/୦୩, ଓଲଟିଲା ବସ, ୩୦ ଆହତ । ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ କୃଷ୍ଣଚନ୍ଦ୍ରପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ବେଳେ ୧୮ ନଂ ଜାତୀୟ ରାଜପଥର କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ଦୁର୍ଘଟଣା ଘଟିଛି।

ବସ୍‌ର୍‌ ଚକ କୌଣସି କାରଣ ପାଇଁ ଫାଟି ଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି।.

ଅନ୍ୟମାନଙ୍କୁ ଜଣାନ୍ତୁ।