Odisha-CM

ରାଜ୍ୟରେ ୩୪ଟି ନୂଆ ଏନଏସି ଓ ୫ ପୌର ପରିଷଦ ଗଠନ ପାଇଁ ନିଷ୍ପତ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେଲା । ଏହାସହ ୫ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ, ଭଦ୍ରକର ଆଗରପଡା, ବଲାଙ୍ଗୀରର ବେଲପଡା, ସଇଁତଳା, ବିଂଝାରପୁର, ପାଣିକୋଇଲି, ଜାରକା, ଚଣ୍ଢିଖୋଲ, କଳାହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମ୍ମା, ନୂଆପଡା ଜିଲ୍ଲାର ସିନାପାଲି , ରାୟଗଡାର ଚାନ୍ଦିଲି, ମୁନିଗୁଡା, ବିଷମକଟକ, ଡୁଙ୍ଗୁରିପାଲି, ସୁନ୍ଦରଗଡ ବଣେଇ, ଗଞ୍ଜାମ ଶେରଗଡ, କୁକୁଡାଖଣ୍ଡି, , କଣ୍ଟିଲୋ, ଟାଙ୍ଗୀ , ବେଗୁନିଆ, ସାଲେପୁର, ବଡମ୍ବା, ନରସିଂପୁର ନିଆଳି, ମୟୂରଭଂଜର ବେତନଟି, ପରଜଙ୍ଗ, ବୌଦ୍ଧର କଣ୍ଟାମାଳ ଆଦି ଅଞ୍ଚଳକୁ ଏନଏସି ମାନ୍ୟତା ମିଳିଛି ।  ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।