DEAD

ରାଉରକେଲାରେ ବ୍ୟାପିଲା ଝାଡ଼ାବାନ୍ତି, ଦୁଇ ଦିନରେ ୪ ମୃତ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ | ଦୁଇ ଦିନରେ ଝାଡାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଛି | ଏବେ ୧୦୨ ଜଣ ଆକ୍ରାନ୍ତ ଥିବା ବେଳେ ରାଉରକେଲାର ଆଇଜିଏଚ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଉରକେଲାର ପାନପୋଷ ସହ ବସ୍ତି ଅଂଚଳ ତଥା ସେକ୍ଟର ଅଂଳଚରେ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ରୋଗୀଙ୍କ ନମୂନା ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଆଜିଏଚ ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ସୁଧାରାଣୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।