You are currently viewing ସିଆରପିଏଫ୍ ଯବାନଙ୍କ ଗୁଳିରେ ୪ଜଣ ଯବାନ ମୃତ

ସିଆରପିଏଫ୍ ଯବାନଙ୍କ ଗୁଳିରେ ୪ଜଣ ଯବାନ ମୃତ

ମାଲକାନଗିରି(ଏଏନଏସ) ୦୮.୧୧.୨୦୨୧, ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା । ସିଆରପିଏଫ୍ ଯବାନଙ୍କ ଗୁଳିରେ ଚାରି ଜଣ ସାଥୀ ଯବାନ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଅଘଟଣ ସୁକମା ଜିଲ୍ଲାର ମରାଇଗୁଡ଼ା ଥାନା ଅଞ୍ଚଳରେ ଥିବା ସିଆରପିଏଫ୍ ୫୦ ନମ୍ବର ବାଟାଲିୟନ ଠାରେ ଘଟିଯାଇଛି ।

ସୂଚନା ଅନୁସାରେ, ଯବାନ-ଯବାନଙ୍କ ମଧ୍ୟ କୌଣସି କଥାକୁ ନେଇ ଜୋରଦାର୍ ବଚସା ହୋଇଥିଲା । ଏହା କିଛି ସମୟରେ ଜଣେ ଯବାନ ନିଜ ବନ୍ଧୁକରୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଏହି ଗୁଳି ଚାଳନାରେ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଆହତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ୍ ପହଞ୍ଚିଛି ଓ ଘଟଣାର ତଦନ୍ତ ଚଳାଇଛି । କିପରି ଏକାବେଳରେ ୪ ଜଣଙ୍କ ଠାରେ ଗୁଳି ବାଜିଲା ତାକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।