You are currently viewing ଶିମିଳିପାଳରେ ନିଆଁ ଲଗାଇବା ଅଭିଯୋଗରେ ୫ ଜଣ ଗିରଫ

ଶିମିଳିପାଳରେ ନିଆଁ ଲଗାଇବା ଅଭିଯୋଗରେ ୫ ଜଣ ଗିରଫ

  • Post category:ଓଡିଶା
  • Reading time:1 mins read

ମୟୁରଭଞ୍ଜ(ଏଏନଏସ)୨୯/୦୩, ଜଳୁଛି ଶିମିଳିପାଳ । ଗତ ତିନି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି । ବିଶେଷ ଭାବେ ଶିମିଳିପାଳର ଚୋହଲା, ତାଳବନ୍ଧ ଅଞ୍ଚଳର ୭ରୁ ଅଧିକ ଜାଗାରେ ନିଆଁ ଲାଗି ଥିବା ଜଣାପଡିଛି । ତେବେ ଆଜି ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତ ଗିରଫ ହୋଇଛନ୍ତି । ପଶୁ ପକ୍ଷୀ ଶିକାର ଉଦ୍ଦେଶ୍ୟରେ ଦୁର୍ବୁତ୍ତମାନେ ଏହି ନିଆଁ ଲଗାଇଥିବା ଜଣାପଡିଛି ।  ଶିକାରରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏନେଇ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଏସି.ଏଫ.ପ୍ରଦୀପ ଦେ ସୂଚନା ଦେଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ବନଭିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।