You are currently viewing ଚିହ୍ନଟ ହେଲେ ୬୨ ଡେଙ୍ଗୁ ରୋଗୀ

ଚିହ୍ନଟ ହେଲେ ୬୨ ଡେଙ୍ଗୁ ରୋଗୀ

  • Post category:ଓଡିଶା
  • Reading time:1 mins read

ମାଲକାନାଗିରି (୧୪.୯.୨୨) : ଗୋଟିଏ ପଟେ ଅଜଣା ରୋଗ ଆତଙ୍କ ଥିବା ବେଳେ ଅନ୍ୟପଟେ ଡରାଉଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମାଲକାନାଗିରି ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ । ଗତ ମାସରେ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ମାସ ୬୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ରୋଗୀଙ୍କ ପାଇଁ ମାଲକାନାଗିରି ସଦର ମହକୁମାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି । କିନ୍ତୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଲୋକମାନେ ତଳେ ଶୋଇ ଚିକିତ୍ସା ହେଉଛନ୍ତି । ଗୁରୁତର ମାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଉଛି । ମାଲକାନାଗିରି ସିଡିଏମଓ କହିଛନ୍ତି ଜିଲ୍ଲାରେ ଏପର୍ଯ୍ୟନ୍‌ତ ୨୦୫ କେସ୍ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୩୦ ଆକ୍ଟିଭ କେସ ରହିଛି । ୨୭ ଜଣଙ୍କୁ ଆଡମିଟ କରାଯାଇଛି ସେଥିରୁ ୧୩ ଜଣ ପଜେଟିଭ ଅଛନ୍ତି । ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।