You are currently viewing ମଳମାସର ଏକାଦଶୀକୁ କାହିଁକି କୁହାଯାଏ ପୁରୁଷୋତ୍ତମ ଏକାଦଶୀ ?

ମଳମାସର ଏକାଦଶୀକୁ କାହିଁକି କୁହାଯାଏ ପୁରୁଷୋତ୍ତମ ଏକାଦଶୀ ?

ଆଜି ଶ୍ରାବଣ ମଳ ମାସ କୃଷ୍ଣପକ୍ଷ ଏକାଦଶୀ ଏହାର ନାମ ପୁରୁଷୋତ୍ତମ ଏକାଦଶୀ କିପରି ହେଲା ଆସନ୍ତୁ ଜାଣିବା।

ଅଧିକ ମାସର କୃଷ୍ଣ ପକ୍ଷର ଏକାଦଶୀକୁ ପରମା ଏକାଦଶୀ ବୋଲି ମଧ୍ୟ କହନ୍ତି । ଭଗବାନ ବିଷ୍ଣୁ ‘ମଳମାସ’କୁ ନିଜର ନାଆଁ ଦେଇ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ କରିଛନ୍ତି। ସେହି ଅନୁସାରେ, ମଳମାସର ଏକାଦଶୀ ମଧ୍ୟ ‘ପୁରୁଷୋତ୍ତମ ଏକାଦଶୀ’ ଭାବରେ ପରିଚିତ ହୋଇଛି।

ଚଳିତ ବର୍ଷ ଶ୍ରାବଣ ମାସଟି ‘ମଳ ମାସ’ ହୋଇଥିବାରୁ ଏହି ଅନୁସାରେ ଶ୍ରାବଣ ଶୁକ୍ଳ ଏକାଦଶୀ ଓ ଶ୍ରାବଣ କୃଷ୍ଣ ଏକାଦଶୀର ନାମ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି। ଶ୍ରାବଣ ମାସର ପ୍ରଥମ ପକ୍ଷ ଅର୍ଥାତ୍ କୃଷ୍ଣପକ୍ଷ ଏବଂ ଶେଷ ପକ୍ଷ ଅର୍ଥାତ୍ ଶୁକ୍ଳପକ୍ଷ ହେଉଛି ଶୁଦ୍ଧ। ମଝିର ଏକମାସ ମଳ। ଏଣୁ, ପ୍ରଥମ କୃଷ୍ଣପକ୍ଷ ଅର୍ଥାତ୍ ଶୁଦ୍ଧ କୃଷ୍ଣପକ୍ଷରେ ପଡ଼ୁଥିବା ଏକାଦଶୀର ନାମ କାମଦା ହୋଇଥିବାବେଳେ, ଶେଷ ପକ୍ଷ ଅର୍ଥାତ୍ ଶୁଦ୍ଧ ଶୁକ୍ଳପକ୍ଷରେ ପଡ଼ୁଥିବା ଏକାଦଶୀର ନାମ ପୁତ୍ରଦା ରହିଛି। କିନ୍ତୁ ମଝି ମଳମାସର ଦୁଇ ଏକାଦଶୀର ନାମ ବଦଳିଯାଇ ଦୁଇଟିଯାକର ନାଆଁ ‘ପୁରୁଷୋତ୍ତମ ଏକାଦଶୀ’ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।