Odisha-Assembly

ପ୍ରତାପ ଦେବ: ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ରାଜ୍ୟର ୮୪୮ ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦିଆଯାଇଛି। ଫଳରେ ଏହାଦ୍ୱାରା ୯ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ। ଏନେଇ ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ମଧ୍ୟ ହୋଇସାରିଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ପ୍ରଶ୍ନକାଳ ସମୟରେ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଦୁଇଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ୟ୍ୟ। ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ।

ଅନ୍ୟମାନଙ୍କୁ ଜଣାନ୍ତୁ।