You are currently viewing ଭାସିଗଲା ୨୨ ମାସର ନିଷ୍ପାପ ଶିଶୁ

ଭାସିଗଲା ୨୨ ମାସର ନିଷ୍ପାପ ଶିଶୁ

  • Post category:ଓଡିଶା
  • Reading time:1 mins read

ନୟାଗଡ (୫.୯.୨୨) : କୁହାଯାଏ ମା’ କୋଳ ସବୁଠାରୁ ନିରାପଦ । କିନ୍ତୁ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ମୃତ ଶିଶୁ ଜଣଙ୍କ ହେଲେ ଜଗନ୍ନାଥ ସାହିର ଶ୍ରଦ୍ଧାଞ୍ଜଳି ବାରିକ । ତେବେ ଶ୍ରଦ୍ଧାଞ୍ଜଳି ଆଜି ମା ଙ୍କ ସହିତ ଗାଁ ନିକଟରେ ଥିବା ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ମା ସହିତ ଛୁଆଟି ଗାଧୋଉଥିବା ବେଳେ ହଠାତ୍ ନଈ ସ୍ରୋତରେ ଭାସିଗଲା ଛୁଆ । ଛୁଆ ଭାସିବା ଦେଖି ଶାନ୍ତିଲତା ଚିତ୍କାର କରିଥିଲେ । ଫଳରେ ପାଖା ପାଖି ଥିବା ଲୋକମାନେ ଆସି ଖୋଜିବା ଆରମ୍ଭ କରିଥିଲେ । ବହୁ ସମୟ ଖୋଜା ଖୋଜି କରିବା ପରେ ଦୂରରେ ଏକ ବ୍ରିଜ୍‌ରେ ଲାଗିଥିବା ଦେଖିôବାକୁ ମିଳିଥିଲା । ଗ୍ରାମବାସୀ ତୁରନ୍ତ ଛୁଆଟିକୁ ଓଡଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।