You are currently viewing ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ

ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ପାରଳାଖେମୁଣ୍ଡି (ଏଏନଏସ)୦୬/୦୬, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗ୍ରାମରେ ରାସ୍ତାରୋକ। ଗତ ଏପ୍ରିଲ ୧୧ ତାରିଖରେ ଅଙ୍ଗନବାଡିରେ ଏକ୍ସପାୟର ଔଷଧ ଖାଇବା ଫଳରେ ଶିଶୁ ଗୁରୁତର ହୋଇ କଟକ ଶିଶୁ ଭବନରେ ଚିକିତ୍ସୀତ ହେଉଥିବା ସମୟରେ ମୁତ୍ଯୁ ହୋଇଛି। ଫଳରେ ଜାଜପୁର ଗ୍ରାମରେ ଆଜି ସକାଳୁ ସକାଳୁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ ମୋହନା, ଆର. ଉଦୟଗିରି, ନୂଆଁଗଡ, ରାୟଗଡ ଓ ବ୍ରହ୍ମପୁର ପ୍ରଭୁତି ସ୍ଥାନକୁ ଯାତାୟାତ ଠପ। ସୂଚନା ଅନୁସାରେ ଗତ ଏପ୍ରିଲ ୧୧ତାରିଖରେ ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗାଁରେ ଅନେକ ଶିଶୁ ଅଙ୍ଗନବାଡିରେ ଦିଆଯାଇଥିବା ଏକ୍ସପାଏରୀ ଭିଟାମିନ ମେଡିସିନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଯାଇଥିଲେ। ହେଲେ ୧୧ମାସର ଶିଶୁ ସଞ୍ଚିତ ସଇଁସାର ଅବସ୍ଥା ଗୁରୁତର ରହିଥିଲା। ପ୍ରଥମେ ଶିଶୁଟିକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଆନ୍ଧ୍ର ବିଶାଖାପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥିତ ଶିଶୁଭବନରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ପରିବାର ଲୋକେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦାୟୀ କରିଛନ୍ତି ପରିବାର ଲୋକେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ସକାଳେ ପରିବାର ଲୋକେ ମୃତଦେହ ରାସ୍ତା ଉପରେ ରାସ୍ତାରୋକ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।