You are currently viewing ଭୁବନେଶ୍ୱରରୁ ଜଣେ ସାଇବର ଠକ ଗିରଫ

ଭୁବନେଶ୍ୱରରୁ ଜଣେ ସାଇବର ଠକ ଗିରଫ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର(12.3.23):ମଣିପୁରରେ ଠକେଇ । ଓଡ଼ିଶାରୁ ଗିରଫ । ଭୁବନେଶ୍ୱରରୁ ଜଣେ ସାଇବର ଠକକୁ ଗିରଫ କରିଛି ମଣିପୁର ପୋଲିସ । କମିଶନରେଟ ପୋଲିସ ସହାୟତରେ ନୟାପଲ୍ଲୀ ବେହେରା ସାହିରୁ ସାଇବର ଠକକୁ ଗିରଫ କରାଯାଇଛି ।ତା ନାଁ ବିକାଶ ଆଚାର୍ଯ୍ୟ । ବାଲେଶ୍ୱର ସଦର ଥାନା ବାଲିଆ ଅଞ୍ଚଳରେ ତା ଘର । ବେହେରା ସାହିରେ ସେ ଭଡ଼ାରେ ରହୁଥିଲା । ଗିରଫ ପରେ ଓଡ଼ିଶାରେ ଠକେଇ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ୱର ସାଇବର ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।