You are currently viewing ପ୍ରଖ୍ୟାତ ସାହିତ୍ୟିକା ମନୋରମାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ପ୍ରଖ୍ୟାତ ସାହିତ୍ୟିକା ମନୋରମାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ-୧୯.୦୯.୨୦୨୧, ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକରେ ରବିବାର ଫୁଲବାଣୀ ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ପ୍ରଥମେ ସ୍ଵର୍ଗତ ପ୍ରଫେସର ଡକ୍ଟରମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା, ସଂପାଦିକା,ସାହିତ୍ୟିକା, ସମାଜସେବିକା ଥିଲେ । କେବଳ ସେତିକି ନୁହେଁ ଶ୍ରୀଜଗନାଥ ସଂସ୍କୃତି ଓ ଚେତନାର ସାବଳୀୟ ଓ ଲାଳିତ୍ୟ ଭାଷ୍ୟକାର ମଧ୍ୟ ଥିଲେ । ସାହିତ୍ୟ ଓ ଗଣ ମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।