You are currently viewing ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ମୃତ

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ମୃତ

  • Post category:ଓଡିଶା
  • Reading time:1 mins read

ଶିମିଳିପାଳ (1.5.23):ଶିମିଳିପାଳ କୋର ଏରିଆ ସାଉଥ ଜୋନରେ କଳାବାଘର ମୃତ୍ୟୁ। ମୟୁରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି ବନ ବିଭାଗ। ବାଘ ବାଘ ଲଢେଇରେ ମହାବଳର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି। ବାଘଟି ଅଣ୍ଡିରା ହୋଇଥିବା ବେଳେ ବୟସ ସାଢେ ୩ ବର୍ଷ ହେବ ବୋଲି କୁହାଯାଉଛି। ବାଘ ଶରୀରରେ ରହିଛି ଏକାଧିକ କ୍ଷତ ଚିହ୍ନ। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ନିଜ ଅଂଚଳ ବାଛିବା ପାଇଁ ବାଘ ବାଘ ଲଢେଇ ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।