You are currently viewing କୋଭିଡ ମୁକାବିଲା ପାଇଁ ରାଜ୍ୟରେ ଦୁଇଦିନ ଧରି ମକଡ୍ରିଲ

କୋଭିଡ ମୁକାବିଲା ପାଇଁ ରାଜ୍ୟରେ ଦୁଇଦିନ ଧରି ମକଡ୍ରିଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୧୦.୪.୨୩) :ଆଜି କୋଭିଡ ମକ୍‌ଡ୍ରିଲ । ସାରା ଦେଶରେ ସବୁ ହସ୍ପିଟାଲରେ ହେବ ମକଡ୍ରିଲ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ମକଡ୍ରିଲ ହେବ। କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକଡ୍ରିଲ କରାଯିବ । ଦୁଇ ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶବ୍ୟାପୀ ସବୁ ହସ୍ପିଟାଲରେ ମକ୍‌ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଏପ୍ରିଲ ମାସର ପ୍ରଥମ ୩ ଦିନ ଦୈନିକ ସଂକ୍ରମଣ ୩ ହଜାର ଥିଲା। ଏହା ପରେ ପ୍ରତିଦିନ ନୂଆ କେସ୍‌ ବଢ଼ିଚାଲିଛି। ସଂକ୍ରମଣ ବଢ଼ିବାରୁ ମୁକାବଲା ଚିନ୍ତା ବଢ଼ିଛି। ଦେଶରେ ଚତୁର୍ଥ ଲହର ଆସିବାର ଆଶଂକା ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢାଇଲେଣି ବିଭିନ୍ନ ରାଜ୍ୟ । ସଂକ୍ରମଣ ବୃଦ୍ଧିକୁ ନେଇ କିଛି ରାଜ୍ୟ ପୁଣି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ।କେରଳ ପରେ ହରିଆଣା ଓ ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କେରଳରେ ବୟସ୍କ, ବହୁବିଧ ରୋଗରେ ପୀଡ଼ିତ ଓ ଗର୍ଭବତି ମହିଳାଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗତ ୨୪ ଘଣ୍ଟାରେ ୫ ହଜାର ୩୫୬ ସଂକ୍ରମିତ ହୋଇଛନ୍ତି। ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୨ ହଜାର ୮୧୪।

ଅନ୍ୟମାନଙ୍କୁ ଜଣାନ୍ତୁ।