You are currently viewing ଫ୍ରିଜରୁ ମିଳିଲା ମହିଳାଙ୍କ କଟା ଅଂଶ

ଫ୍ରିଜରୁ ମିଳିଲା ମହିଳାଙ୍କ କଟା ଅଂଶ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୧୫.୨.୨୩) : ଶ୍ରଦ୍ଧା ୱାକର ପରେ ଏବେ ଦିଲ୍ଲୀରେ ପୁଣି ଆଉ ଏକ ହତ୍ୟା କାଣ୍ଡ । ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ଶରୀରର କଟା ଖଣ୍ଡ ଉଦ୍ଧାର କରିଛି ପୁଲିସ । ଘଟଣାରେ ସମ୍ପୃକ୍ତି ନେଇ ଜଣେ ଯୁବକ ସାହିଲ ଗେହଲଟକୁ ପୁଲିସ ଅଟକ ରଖି ଜେରା କରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକି ଯାଦବଙ୍କ ତଣ୍ଟି ଚିପି ହତ୍ୟା କରିଛି । କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା । ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ମହିଳାଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ନିକ ଯାଦବ ଓ ସାହିଲ ଉଭୟ ଲିଭଇନ୍ରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟା କାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟା କାଣ୍ଡ ମାମଲାରେ ସାହିଲକୁ ଅଟକ ରଖି ଜେରା କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।