You are currently viewing ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(ଏଏନଏସ) ୩୦.୧୧.୨୦୨୧, ବଲାଙ୍ଗୀର ଜିଲ୍ଲା ସୁଦପଡା ଫାଟକ ନିକଟରେ ଘଟିଛି ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ି ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ କୁଟୁମଡୁଲା ଗାଁର ସୁଦାମ ପଶାୟତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ସୁଦାମ ବଲାଙ୍ଗିର ବେହେରାପାଲି ରେଲୱେ ଫାଟକ ନିକଟରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ତେବେ ପାରିବାରିକ କଳହରୁ ସୁଦାମ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଏହା ସହ ତଦନ୍ତ ଜାରି ରଖିଛି ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।