You are currently viewing ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

ପୁରୀରେ ଅଘଟଣ, ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୮/୦୫, ଜୀବନ ନେଲା ମୁକୁଳା ଡ୍ରେନ୍। ପୁରୀ ବଡଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ପଡ଼ିରହିଛି ମୃତଦେହ। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କୁମ୍ଭାରପଡା ଥାନା ପୋଲିସ।

ସୂଚନାନୁଯାୟୀ, ପୁରୀ ବଡଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ବୁଧବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ବ୍ୟକ୍ତି ଜଣଙ୍କର ନଳାରେ ପଡି ପ୍ରାଣ ହରାଇଛନ୍ତି ନା ତାଙ୍କୁ କିଏ ମାରି ପକାଇଦେଇଛି ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଯଦି ମୁକୁଳା ଡ୍ରେନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଥାଏ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।