You are currently viewing ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ୫ ଗୁରୁତର ଆହତ

ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ୫ ଗୁରୁତର ଆହତ

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ) ୧୦.୧୧.୨୦୨୧, ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ  ହୋଇଥିବା ଟ୍ରକକୁ ପିଟିଲା ବସ୍‌ । ଯାହାଫଳରେ ୫ଜଣ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନା ଅନୁସାରେ, ଶିବ ଶଙ୍କର ନାମକ ଏକ ବସ୍‌ ୫୦ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ରାସ୍ତାରେ ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ଏହି ଦୁର୍ଘଟଣାଟି ଘଟିଥିଲା । ଯାହାଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।