You are currently viewing ଅଜଣା ଗାଡି ଧକ୍କାରେ କାର ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର

ଅଜଣା ଗାଡି ଧକ୍କାରେ କାର ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର

  • Post category:ଓଡିଶା
  • Reading time:1 mins read

ବାଲେଶ୍ବର,(ଏଏନଏସ)୦୩/୧୨: ଅଜଣା ଗାଡି ଧକ୍କାରେ କାର ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଗୁରୁତରଙ୍କୁ ପ୍ରଥମେ ଜଳେଶ୍ୱର ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ବର ବଡ଼ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଧୀନ ସାତଶୁଳିଆ ଛକ ନିକଟରେ ଘଟିଛି। ସୂଚନା ଅନୁଯାୟୀ ଏକ କାର୍‌ ଯୋଗେ ଦିଘା ବୁଲିବାକୁ ଯାଇଥିଲେ। ସେଠାରୁ ଗତକାଲି ଫେରୁଥିବା ବେଳେ ସାତଶୁଳିଆ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।୫  ଗୁରୁତରଙ୍କ ମଧ୍ୟରେ ଜଣେ ଜଳେଶ୍ୱରର ଥିବା ବେଳେ ୩ ଜଣ ଭୁବନେଶ୍ୱର ଓ ଜଣେ ବାଲେଶ୍ୱର ଅଞ୍ଚଳର।

ଅନ୍ୟମାନଙ୍କୁ ଜଣାନ୍ତୁ।