You are currently viewing ଡିଭାଇଡରେ ପିଟି ହୋଇ ଜଳିଗଲା ୨ଟି ଗାଡି

ଡିଭାଇଡରେ ପିଟି ହୋଇ ଜଳିଗଲା ୨ଟି ଗାଡି

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୦/୦୩, କଟକ ଶିଖରପୁର ନିକଟରେ ଦୁର୍ଘଟଣା । ରାସ୍ତା ଉପରେ ଜଳିଗଲା କଣ୍ଟେନର । ଏହାସହ ଆଉ ଏକ ଗାଡ଼ି ମଧ୍ୟ ଜଳିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚଉଳିଆଗଞ୍ଜ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ୍ତ କରିଛନ୍ତି । କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ସୂଚନା ଅନୁସାରେ ଜାତୀୟ ରାଜପଥ କଡ଼ରେ ଖରାପ ହୋଇ ଠିଆ ହୋଇଥିବା ଏକ ବୋଲେରୋକୁ ଘନ କୁହୁଡ଼ିରେ ଦେଖି ନପାରି କଣ୍ଟେନର ଡିଭାଇଡରରେ ପିଟି ହୋଇ ନିଆଁ ଲାଗିଯାଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ମୃତହାତ ହୋଇନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।