You are currently viewing ବାଇକକୁ ଧକ୍କା ଦେଲା ଟ୍ରକ୍‌, ବାପା-ଝିଅ ମୃତ

ବାଇକକୁ ଧକ୍କା ଦେଲା ଟ୍ରକ୍‌, ବାପା-ଝିଅ ମୃତ

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ)୧୪/୦୩, ଅନୁଗୁଳ ଜିଲ୍ଲା ଖମାର ଥାନା କଲାଣ୍ଡ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରକ୍, ଦୂର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ମୃତକ ଦୁଇ ଜଣ ହେଲେ ସୁନିଲ କୁମାର ସାହୁ ଓ ସଙ୍ଗୀତା ସାହୁ। ଆଜି ସକାଳେ ସୁନିଲ ଖମାର ଅଞ୍ଚଳରୁ କଣିହାଁ ଅଭିମୁଖେ ନିଜ ଝିଅ ନେଇ ବାଇକରେ ଯାଉଥିଲେ। ଏତିକି ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ଟ୍ରକ୍କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।