You are currently viewing ରଥଖଳା ନିକଟରେ ଦୁର୍ଘଟଣା

ରଥଖଳା ନିକଟରେ ଦୁର୍ଘଟଣା

  • Post category:ଓଡିଶା
  • Reading time:1 mins read

ପୁରୀ(ଏ ଏନ୍ ଏସ)୨୦/୦୬, ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।

ସୂଚନାନୁଯାୟୀ, ଗୁରୁତର ଆହତ ପର୍ଯ୍ୟଟକମାନେ ହେଲେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୈଜୟନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସେପଟେ ପିକଅପ୍ ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭରକୁ ଟାଉନ ଥାନାରେ ଅଟକ ରଖାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।