You are currently viewing ଆଜି ରାଜ୍ୟ ଓକିଲ ସଂଘ ନିର୍ବାଚନ

ଆଜି ରାଜ୍ୟ ଓକିଲ ସଂଘ ନିର୍ବାଚନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୨୫/୦୩, ଆଜି ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ । ୧୫୩ଟି ବାରରେ ଅନୁଷ୍ଠିତ ହେଉଛି ନିର୍ବାଚନ । ରାଜ୍ୟର ମୋଟ୍ ୩୩ ହଜାର ୪୩୪ ଜଣ ଆଇନଜୀବୀ ଆଜି ନିଜ ନିଜ ବାର ଆସୋସିଏସନ୍ ନେତୃବର୍ଗଙ୍କୁ ନିର୍ବାଚିତ କରିବେ । ହାଇକୋର୍ଟ ବାର ଆସୋସିଏସନର ୪ ହଜାର ୨୯୭ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଆଜି ସକାଳ ୮ଟାରୁ ଅପରାହଣ ୩ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗ୍ରହଣ ଶେଷ ହେବାର ପ୍ରାୟ ୧ ଘଂଟା ପରେ ଭୋଟ୍ ଗଣତି ଆରମ୍ଭ ହେବ । ଆଜି ରାତିରେ ଫଳାଫଳ ଘୋଷଣା କରାଯିବ । ୯୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।