You are currently viewing ପିପିଲିରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା

ପିପିଲିରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା

ପିପିଲି-୦୪.୧୦.୨୦୨୧(ଅନନ୍ତ ସିଂ), ପିପିଲିରେ ଉପନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥି ବିଜୟ ହାସଲ କରିବା ପରେ ଦଳୀୟ କର୍ମୀଙ୍କ ଉତ୍ପାତ ବଢିଛି । ରବିବାର ରାତିରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥି ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରେ କିଛି ବିଜେଡି କର୍ମୀଙ୍କ ପକ୍ଷରୁ ଆକ୍ରମଣ  କରାଯାଇଛି।

ଏଥି ସହିତ ଆଶ୍ରିତ ପଟ୍ଟନାୟକଙ୍କ କିଛି ସମର୍ଥକ ମାନଙ୍କୁ ମଧ୍ୟ ବିଜେଡି କର୍ମୀ ମାନେ ମାରପିଟ କରିଥିବା ବେଳେ ବିଜେପି ଦଳୀୟ ପତାକାକୁ ଚିରି ଦେଇଛନ୍ତି। ଏନେଇ ଆଶ୍ରିତ ପଟ୍ଟନାୟକ ବଳଙ୍ଗା ଥାନାରେ ଅଭିଯୋଗ କରିଥିବା ବେଳେ ଆଶ୍ରିତଙ୍କ ଘର ଆଗରେ ପୁଲିସ ମୁତୟନ ରହିଛନ୍ତି।  ତେବେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାକୁ ଗୁରୁତ୍ୱ ଦିଆଯାଉଥିବା ପୁରୀ ଏସପି କହିଥିବା ବେଳେ ବିଜେଡି କର୍ମୀଙ୍କ ଏଭଳି ଉତ୍ପାତ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।