You are currently viewing ପୁଣି ଭାଇରାଲ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟାର ଫିଜିକ୍ସ ପ୍ରଶ୍ନପତ୍ର

ପୁଣି ଭାଇରାଲ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟାର ଫିଜିକ୍ସ ପ୍ରଶ୍ନପତ୍ର

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୧୫/୦୭, ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପୁଣି ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ଲିକ ହେବା ଯୋଗୁ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତ କର୍ତ୍ତୁପକ୍ଷ । ବୁଧବାର ଯୁକ୍ତ୩ର ଷଷ୍ଠ ସେମିଷ୍ଟାରର ପଦାର୍ଥ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଖବର ମିଳିବା ପରେ କଲେଜ କର୍ତ୍ତୁପକ୍ଷ ଏହାକୁ ଏଡାଇ ଦେଇଥିଲେ । କିନ୍ତୁ ଗତକାଲି ଏଜୁକେଶନ ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ମିଳିଥିଲା । ଏ ନେଇ ପରୀକ୍ଷା ନିୟନ୍ତ୍ରକ ବିଶ୍ୱବିଦ୍ୟାଳୟର ଗୋପନୀୟତା ବିଭାଗକୁ ସୂଚିତ କରିଥିଲେ । ଭାଇରାଲ ପ୍ରଶ୍ନପତ୍ର ଓ ହେବାକୁ ଥିବା ପ୍ରଶ୍ପପତ୍ର ଏକା ବୋଲି ଜଣା ପଡିବା ପରେ ପରୀକ୍ଷା ନିୟନ୍ତ୍ରକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୦୫ଟି କଲେଜକୁ ସୂଚନା ଦେଇ ପରୀକ୍ଷା ବାତିଲ କରିବା ସୂଚନା ମିଳିଛି । ଫଳରେ ଛାତ୍ରଛାତ୍ରୀମାନେ ଆଜି ହେବାକୁ ଥିବା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।