You are currently viewing ଅଗ୍ନିବୀରଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷିତ

ଅଗ୍ନିବୀରଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷିତ

  • Post category:ଓଡିଶା
  • Reading time:2 mins read

ଭୁବନେଶ୍ୱର ୧୧/୦୩, ବିଏସଏଫରେ ଭର୍ତ୍ତି ହେବା ପାଇଁ ଅଗ୍ନିବୀରଙ୍କୁ ମିଳିବ ସୁଯୋଗ । ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା । କେନ୍ଦ୍ର ସରକାର ଭାରତୀୟ ସେନାର ଭର୍ତ୍ତି ହେବା ପାଇଁ ଆଣିଥିବା ନୂଆ ପ୍ରକ୍ରିୟାରେ ଏହି କଥା ଉଲ୍ଲେଖ କରାଯାଇଛି । ତେବେ ଅଗ୍ନିବୀରମାନଙ୍କୁ ବିଏସଏଫରେ ଭର୍ତ୍ତି ହେବା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ସେନାରେ ସାମିଲ ହେଲେ, ଅଗ୍ନିବୀରଙ୍କ କ୍ଷେତ୍ରରେ ବୟସ ସୀମାକୁ ବି କୋହଳ କରାଯିବ । ତେବେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ କ୍ଷେତ୍ରରେ ଏହା ଲାଗୁ ହେବ, ନା ଏହାପରେ ବି ଏହା ଲାଗୁ ହେଇ ରହିବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ, ଅଗ୍ନିବୀରରେ ଭର୍ତ୍ତି ହୋଇଥିବା ପ୍ରଥମ ମ୍ୟାଚ୍ ପାସ୍ ଆଉଟ୍ ହେବା ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସିଧା ସେନାରେ ଚାକିରି ମିଳିବ । ଏହାପରେ ଅନ୍ୟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାର ବିଭିନ୍ନ ୟୁନିଟ୍, ପୋଲିସ, କେନ୍ଦ୍ରୀୟ ସଶସ୍ତ୍ର ବଳ ଆଦିରେ ନିଯୁକ୍ତି ପାଇଁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।