You are currently viewing ଆଜି ବସୁଛି ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକ

ଆଜି ବସୁଛି ଶ୍ରୀ ମନ୍ଦିର ଛତିଶା ନିଯୋଗ ବୈଠକ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୭/୧୨, ଆଜି ବସୁଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ପହଲିଭୋଗର ନୀତିକାନ୍ତି ଉପରେ ବୈଠକରେ ହେବ ଆଲୋଚନା । ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିସହ ଆସନ୍ତା ୨୦୨୩ ଜାନୁୟାରୀ ୬ ତାରିଖ ଦିନ ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି । ଚତୁର୍ଦ୍ଧାବିଗ୍ରହଙ୍କୁ ସୁବର୍ଣ୍ଣ ବେଶରେ ବିଭୂଷିତ କରାଯିବା ନେଇ ମଧ୍ୟ ନୀତିନିର୍ଘଣ୍ଟ ପାଇଁ ବୈଠକରେ ବିଭିନ୍ନ ନିଯୋଗର ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ । ବୈଠକରେ ଛତିଶାନିଯୋଗ ମହାନାୟକ, ପରିଚାଳନା କମିଟିର ସମସ୍ତ ସେବାୟତ ସଦସ୍ୟ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ, ଏସପି ଓ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।