You are currently viewing ଆଜି ଗଡିବନି ପୁରୀ–ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଆଜି ଗଡିବନି ପୁରୀ–ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୨/୦୫, ଆଜି ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । କାଳବୈଶାଖୀ ଯୋଗୁଁ ଗଛ ପଡି ସାମ୍ନା କାଚ ଭାଙ୍ଗି ଯାଇଥିବାରୁ ଗତକାଲି ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍ । ୩ ଘଣ୍ଟା ଟ୍ରାକରେ ଅଟକି ରହିବା ପରେ ଆରମ୍ଭ ହୋଇଥିଲା ମରାମତି କାମ । ଗତକାଲି ରିବିବାର ଦିନ କାଳବୈଶାଖୀ ଝଡ ଯୋଗଁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀ ରୋଡ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା । ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର ହୋଇନଥିବା ବେଳେ ଝଡତୋଫାନ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ପଡିବା ସହ ଗଛ ଡାଳ ପଡି ସାମ୍ନା କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନଟି ଟ୍ରାକରେ ଅଟକି ରହିଥିବା ବେଳେ ମରାମତି କାମ ଆରମ୍ଭ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।