You are currently viewing ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ 

ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ 

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା ୧୫/୦୫, ଆଜି ଶପଥ ଗ୍ରହଣ କରିବେ ଝାରସୁଗୁଡାର ନୂଆ ବିଧାୟକ ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ବିଧାୟିକା ଭାବେ ଶପଥ ନେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ଦିନ ୧୦ଟା ୩୦ରେ ଉପବାଚସ୍ପତି ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଉପବାଚସ୍ପତି ରଜନିକାନ୍ତ ସିଂହ ତାଙ୍କୁ ବିଧାୟିକା ଭାବେ ଶପଥପାଠ କରାଇବେ ।ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଗତକାଲି ଝାରସୁଗୁଡ଼ା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ ।ସୂଚନାନୁସାରେ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି  ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ  ବିଜୟୀ ହୋଇଛନ୍ତି । ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଜୟ ବିଜେଡି ଶିବିରରେ ଉତ୍ସବର ମାହୋଲ ସୃଷ୍ଟି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।