You are currently viewing ଆଜି ବାହାରିବ ନୀଳାଚଳ ଅବଢା

ଆଜି ବାହାରିବ ନୀଳାଚଳ ଅବଢା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୧୩/୦୭, ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ଫେରିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ଶ୍ରୀ ଜିଉଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ମଣ୍ଡପକୁ ନିଆଯାଇଥିଲା । ସଂନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହୋଇଥିଲା ପହଣ୍ଡି । ରଥଯାତ୍ରାରେ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମହାପ୍ରଭୁ ଜଗନ୍ନାଥ ମାନଭଞ୍ଜନ କରିଥିଲେ । ଅନ୍ୟପଟେ ଏକ ଲମ୍ବା ସମୟର ବ୍ୟବଧାନ ପରେ ଆଜି ବାହାରିବ ନୀଳାଚଳ ଅବଢା ।

ଅନ୍ୟମାନଙ୍କୁ ଜଣାନ୍ତୁ।