You are currently viewing ଆଜିଠୁ ୪ ଦିନିଆ ରିମାଣ୍ଡରେ  କୁଖ୍ୟାତ ଠକ କୈଫି ଖାନ

ଆଜିଠୁ ୪ ଦିନିଆ ରିମାଣ୍ଡରେ କୁଖ୍ୟାତ ଠକ କୈଫି ଖାନ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୦୩/୦୫, ଆଜିଠୁ ରିମାଣ୍ଡରେ ଯିବ ଠକ ତାନ୍ତ୍ରିକ କୈଫି ଖାନ । ୪ ଦିନିଆ ରିମାଣ୍ଡରେ ନେଇ କୈଫିଙ୍କୁ ପଚରାଉଚରା କରିବ ପୋଲିସ । ଆଜି ଚୌଦ୍ୱାର ସର୍କଲ ଜେଲରୁ ମଙ୍ଗଳବାଗ ଥାନାକୁ ଆଣିବ ପୋଲିସ । ଶନିବାର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ସେଦିନ କୋର୍ଟରେ ହାଜର କରାଯିବ । ୫ଦିନିଆ ରିମାଣ୍ଡ ପାଇଁ ଜେଏମ୍ଏଫସି ସିଟି କୋର୍ଟରେ ଆବେଦନ କରିଥିଲା ମଙ୍ଗଳାବାଗ ପୋଲିସ । ହେଲେ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । କୁଖ୍ୟାତ ଠକ କୈଫି ଖାନର ଠକେଇ କାରନାମା ଜିଲ୍ଲା ଜିଲ୍ଲାକୁ ଡେଇଁବାରେ ଲାଗିଛି । କଟକ, ଭଦ୍ରକ ପରେ ପଡ଼ୋଶୀ ଜଗତସିଂହପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଘରୁ ଅଦୃଶ୍ୟ ଶକ୍ତିକୁ କାବୁ କରିବାକୁ କହି ୨୧ ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଛି କୈଫି । ଅଭିଯୋଗକାରୀ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଠକ କୈଫି ଖାଁ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି । ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଲୋକଙ୍କ ଠାରୁ ଠକିଛି ତାନ୍ତ୍ରିକ କୈଫି ଖାଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।