You are currently viewing ଆଜିଠୁ ବିଧାନ ସଭାର ଶୀତକାଳୀନ ଅଧିବେଶନ

ଆଜିଠୁ ବିଧାନ ସଭାର ଶୀତକାଳୀନ ଅଧିବେଶନ

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର (ଏଏନଏସ)୨୪/୧୧, ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜିଠାରୁ ଡିସେମ୍ବର ୩୧ ଯାଏ ଚାଲିବ ଶୀତକାଳୀନ ଅଧିବେଶନ । ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ମୁତୟନ ହେବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଆଗତ କରିବେ । ୨୦୨୨-୨୩ର ଆର୍ଥିକ ବଜେଟ ପ୍ରଥମ ଦିନରେ ଆଗତ ହେବ । ଅତିରିକ୍ତ ବଜେଟ୍‌ ଆକାର ପ୍ରାୟ ୧୬ରୁ ୧୭ ହଜାର କୋଟି ଭିତରେ ରହିପାରେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗରିବ କଲ୍ୟାଣ ଯୋଜନା ଓ ଭିତ୍ତିଭୂମି କ୍ଷେତ୍ର ଉପରେ ଫୋକସ କରିବେ ସରକାର । ଡିସେମ୍ବର ୨ରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌ । ବିଭିନ୍ନ ପ୍ରସଙ୍ଗରେ ଏଥର ଶୀତ ଅଧିବେଶନ ସରଗରମ ହେବ । ଅର୍ଚ୍ଚନା ନାଗ, ଆଇନ ଶୃଙ୍ଖଳା, ବେକାରୀ, ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଆରମ୍ଭରୁ କମ୍ପିବ ବିଧାନସଭା । ମଣ୍ଡି ଅବ୍ୟବସ୍ଥା, କଟନି ଛଟନି ଭଳି ପ୍ରସଙ୍ଗକୁ ପ୍ରାଥମିକତା ଦେବ ବିଜେପି । ଏହାସହ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସ ଭୂମିକାକୁ ନେଇ ପ୍ରସଙ୍ଗ କରିବ ଦଳ । ଅନ୍ୟପଟେ ଚାଷ ଓ ଚାଷୀ ସମ୍ପର୍କିତ ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ । ଅର୍ଚ୍ଚନା ନାଗ ପ୍ରସଙ୍ଗ ମଧ୍ୟ ଦଳ ଉଠାଇବ ।  ଅନ୍ୟପକ୍ଷରେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ଗୃହରେ କେନ୍ଦ୍ରୀୟ ଅବହେଳା ଓ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଯୋଜନା କରିଛି ଶାସକ ଦଳ । ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା, ଏଫସିଆଇ ଓଡ଼ିଶାର ବଳକା ଧାନ ନକିଣିବା, ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରସଙ୍ଗ ଉଠାଇବ କେନ୍ଦ୍ରକୁ ଘେରିବ ବିଜେଡି ।

ଅନ୍ୟମାନଙ୍କୁ ଜଣାନ୍ତୁ।