You are currently viewing ଡିସେମ୍ବର ପହିଲାରୁ ଖୋଲିବ ସମସ୍ତ ମେଡିକାଲ କଲେଜ

ଡିସେମ୍ବର ପହିଲାରୁ ଖୋଲିବ ସମସ୍ତ ମେଡିକାଲ କଲେଜ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆସନ୍ତା ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନ ଉପରେ ବିଚାରବିମର୍ଶ କରି ରାଜ୍ୟ ସରକାର ସମସ୍ତ ମେଡିକାଲ କଲେଜକୁ ଆସନ୍ତା ୧ରୁ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ କର୍ତ୍ତୃପକ୍ଷମାନେ କଡ଼ାକଡ଼ି ଭାବେ କୋଭିଡ୍ ଗାଇଡଲାଇନକୁ ପାଳନ କରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।